ପ୍ରମୁଖ ଖବର
ଦଶ ଟଙ୍କା - ଭଲ ପାଇବା କେବେ ବି ପଇସା ରେ ନଥାଏ(ଗଳ୍ପ)

ଆଜି ଖୁଡି ଫୋନ କରିଥିଲେ କାଲି ଆମକୁ ଲଂଚ ପାଇଁ ତାଙ୍କ ଘରକୁ ଇଁବାଇଟ କରିଛନ୍ତି ସେ ମିହିର କହୁଥିଲା ଆରତୀ କୁ।
ମିହିର କଥା ଶୁଣି ଆରତୀ କହିଲା ମମି ବାବା ଙ୍କୁ ଏ ବିଷୟରେ ଜନେଇଛ ନା ନାହିଁ।ନହେଲେ ମମି ଖୁଡି ଙ୍କ ଘର କୁ ଯିବା ପାଇଁ ପର୍ମିଶନ ଦେବେ ନାହିଁ।ମମି ଜାଣିଲେ କେବେ ବି ଆଲାଉ କରିବ ନାହିଁ ତେଣୁ ବାବା ଙ୍କୁ କହିଛି।ଖୁଡି ଓ କକା ମଧ୍ୟ ବାବାଙ୍କୁ ଫୋନ କରି କହି ଛନ୍ତି।କହୁଥିଲା ମିହିର।
ଆରତୀ ଓ ମିହିର ର ବାହାଘର କୁ ମାତ୍ର କିଛି ଦିନ ହୋଇଥିଲା।ଏତିକି ରେ କିନ୍ତୁ ଆରତୀ ଜାଣି ସାରିଥିଲା ଯେ ତା କକା ଶଶୁରଙ୍କ ଘର ସହ ତା ଶଶୁର ଘର ଲୋକ ଙ୍କ ଭଲ ସମ୍ପର୍କ ନାହିଁ।ତା ହେଲେ ମମି ଙ୍କୁ କଣ କହିବା???ପଚାରିଲା ଆରତୀ।
ମମି ଙ୍କୁ କିଛି କହିବା ଦରକାର ନାହିଁ।କାରଣ ଆମେ ଆମ ସାଙ୍ଗ ବିପ୍ଳବ ଘର କୁ ଯାଉଛେ ବୋଲି କହିବା।ମମି ଙ୍କୁ ବିପ୍ଳବ କଲ୍ କରି କହିବ।
ତା ପରଦିନ ସେମାନେ ଠିକ୍ ଦଶ ଟା ବେଳୁ ଘରୁ ବାହାରିଲେ ଏଇୟା କହି ଯେ ବିପ୍ଳବ ସେମାନଙ୍କୁ ଇଁନ ଭାଇଟ କରିଛି ବୋଲି ଜଲ୍ଦୀ ଫେରି ଆସିବ କହୁଥିଲେ ମମି।
ଠିକ୍ ଲଂଚ ଆୱାର ରେ ପହଁଚିଗଲେ ଖୁଡି ଙ୍କ ଘରେକିଛି ମିଠା ଆଉ କିଛି ଗିଫ୍ଟ ନେଇ।ହସ ହସ ମୁହଁ ରେ ସ୍ବାଗତ କଲେ ଖୁଡି।ଭାରୀ ସ୍ନେହୀ ମଣିଷ ସେ।ବାହାଘର ରେ ଅତି ଅଳ୍ପ ସମୟ ପାଇଁ ଦେଖିଥିଲା ତାଙ୍କୁ।ବ୍ୟାଙ୍କ୍ ରେ କ୍ୟସିଆର୍ ଅଛନ୍ତି ଖୁଡି ଆଉ କକା ସିଭିଲ ଇଂଜିନିୟର।ଆରତୀ ସହ ଅଳ୍ପ ସମୟ କଟେଇବା ଭିତରେ ସେମନେ ତାକୁ ଅତି ଆପଣା ର ଲାଗୁଥିଲେ ସେମାନେ।
ଯେଉଁ ଅପାନା ପଣ କି ଆଜି ଜାୟେଂ ତା ଶାଶୁ ନଣନ୍ଦଙ୍କ ଠାରୁ ସେ ପାଇ ନଥିଲା।ସେ ମନେ ମାନେ ଭାବୁଥିଲା ଏତେ ସ୍ନେହୀ ମଣିଷ କୁ ମମି କାହିଁକି ସବୁବେଳେ ଚିଡୁଛନ୍ତି।
ସବୁ ଖାଇବା ସବୁ ସେ ଦୁହିଙ୍କ ପସନ୍ଦ ର କରିଥିଲେ।ଖିଆ ପିଆ ପର୍ବ ସରିଥିଲା।ଏଥର ବିଦାୟ ନେବାର ବେଳା।ଖୁଡି ଓ କକା ଙ୍କୁ ଆଖିରେ ଲୁହ ଟଳମଳ।
ଖୁଡି ଗୋଟିଏ ଗିଫ୍ଟ ପ୍ୟାକେଟ ବଢେଇ ଦେଇଥିଲେ ଆରତୀ ହାତକୁ।ଆଉ ମିହିର କୁ ଦେଇଥିଲେ ଦଶ ଟଙ୍କା।
ଆରତୀ ବିସ୍ମିତ ହେଉଥିଲା ମାତ୍ର ଦଶ ଟଙ୍କା!!!ଏଇ ଟିକକ ଆଗରୁ ଯେଉଁମାନଙ୍କ ପ୍ରତି ଏତେ ଭଲ ପାଇବା ସମ୍ମାନ ବୋଧ ଜାଗି ଉଠି ଥିଲା କ୍ଷଣିକ ମଧ୍ୟ ରେ ତାହା ଧୂଳିସାତ ହୋଇଗଲା।
ଆରେ କିଭଳି ଲୋକ ଏମାନେ ଏତେ ଧନ ସଂପତ୍ତି ଥାଇ ମାତ୍ର ଦଶ ଟଙ୍କା। ଛି!!!କେହି କୌଣସି ଭିକାରୀ ଙ୍କୁ ମଧ୍ୟ ଏମିତି ଦିଏନି।ବୋଧ ହୁଏ ଖୁଡି ଙ୍କ ଏହି କଞୁଶୀ ଗୁଣ ଯୋଗୁଁ ମମି ଖୁଡି ଙ୍କୁ ପସନ୍ଦ କରୁ ନାହାଁନ୍ତି।
ମିହିର ଲକ୍ଷ୍ୟ କରିଥିଲା ଖୁଡି ଘରୁ ବାହାରିବା ପରଠାରୁ କେମିତି ଅନ୍ୟମନସ୍କ ଲାଗୁଚି ଆରତୀ।କଣ ହେଲା ଆରତୀ ହଠାତ୍ ତୁମେ କେମିତି ଉଦାସୀନ ଲାଗୁଚ???
ଆଛା ମିହିର ମୋତେ ଗୋଟିଏ କଥାକହିଲ ଦେଖି ତମ ଖୁଡି ତମ ସହ ଏମିତି କାହିଁକି ବ୍ୟବହାର କଲେ।ଗୋଟିଏ ଭିକାରୀ ଙ୍କୁ ମଧ୍ୟ କେହି ଏମିତି ବ୍ୟବହାର କରେନା।
ଓହୋ!!!ସେଇ କଥା ପାଇଁ ତୁମେ ମୁହଁ ଟାକୁ ହାଣ୍ଡି ପରି କରିଛ।ହସୁଥିଲା ମିହିର।
ତମକୁ ହସ ଲାଗୁଛି ମୁଁ ଅପମାନ ରେ ଜଳିଯାଉଚି।ଆରେ ଘରକୁ ଡାକି ଏମିତି ବେଜିତ୍ କରିବା ମାନେ ପଚାରୁଥିଲା ଆରତୀ।ଜୀବନ ଥିବା ଜୟେନ ମୁଁ କେବେ ତାଙ୍କ ଘର ଦୁଆର ମାଡିବି ନାହିଁ।ଭିକାରୀ ଭାବିଲେ ନା କଣ???ଆରେ ତାଙ୍କୁ କେହି କଣ ମାଗିଥିଲା।ତାଙ୍କ ହାତ କେମିତି ଆସିଲା ଏମିତି ଦଶ ଟଙ୍କା ଦେବାକୁ।ରାଗିକି କହୁଥିଲା ଆରତୀ।ମମି ଜାଣି ପାରିଛନ୍ତି ଖୁଡି ଙ୍କ ଅସଲି ଚେହେରା।ତେଣୁ ଆଦୌ ପସନ୍ଦ କରନ୍ତି ନାହିଁ ତାଙ୍କୁ।କିନ୍ତୁ ତୁମେ କିଛି ବୁଝି ପାରୁନ କେଜାଣି କେମିତି???
ଆରେ କୁଲ୍ ଡାଉନ୍ ଆରତୀ ।କୁଲ।ଡାଉନ୍।
କକା ଖୁଡି ଙ୍କୁ ଭୁଲ୍ ବୁଝୁଛ ତମେ।ସେମାନେ ମୋତେ ନିଜ ପୁଅ ଭଳି ଆଦର କରନ୍ତି।ଖୁଡି ବାହା ହୋଇ ଆସିଲା ବେଳକୁ ମୁଁ ସ୍କୁଲ୍ ରେ ପଢୁଥାଏ।ଖୁଡି ତାଙ୍କ ମେଳାପି ସ୍ଵଭାବ ରେ ସମସ୍ତଙ୍କୁ ଧୀରେ ଧୀରେ ଆପଣାର କରିନେଲେ।ଜେଜେମା,ଜେଜେବାପା ,ବାପା ଓ ଆମେ ଛୁଆ ମାନ ଙ୍କୁ ଖୁଡି ତାଙ୍କ ଅତ୍ମୀୟତା ପଣରେ ବାନ୍ଧି ଦେଇଥିଲେ।କର୍ମଜୀବୀ ହୋଇଥିବା ସତ୍ତ୍ଵେ ଟିକିଏ ବି ଗର୍ବ ଅହଙ୍କାର ନଥିଲା ତାଙ୍କ ମନରେ।
ତାଙ୍କ ପ୍ରତି ସମସ୍ତଙ୍କ ଭଲ ପାଇବା ଦେଖି ମମି ମନେ ମନେ ଖୁଡି ଙ୍କ ପ୍ରତି ଈର୍ଷା ନ୍ଵିତ ହେବାକୁ ଲାଗିଲା।ଖୁଡି ଙ୍କୁ ସବୁକଥାରେ ଖୁଣ କାଢି ତାଙ୍କ ସହ ଝଗଡ଼ା କଲେ।ପ୍ରତିଦିନ ଘରେ ନୂଆ ନୂଆ ଅଶାନ୍ତି ସୃଷ୍ଟି ହେବାକୁ ଲାଗିଲା।ଖୁଡି ଯଥାସମ୍ଭବ ଚେଷ୍ଟା କରନ୍ତି କୌଣସି ଅପ୍ରତିକର୍ ପରିସ୍ଥିତି ସୃଷ୍ଟି ନହେବା ନିମନ୍ତେ।କିନ୍ତୁ ମମି ସୁଯୋଗ ଖୋଜିବୁଲେ ଖୁଡି ଙ୍କୁ ନିଚା ଦେଖେଇବା ନିମନ୍ତେ।ଏମିତି ସବୁବେଳେ ଝଗଡ଼ା ଦେଖି ବାପା କକା ଅଲଗା ହୋଇଯିବେ ବୋଲି ନିଷ୍ପତି ନେଲେ।ବାସ୍ ତା ପରଠାରୁ ସେମାନେ ଅଲଗା ରହିବାକୁ ଲାଗିଲେ।ଖୁଡି ପ୍ରତି ସପ୍ତାହ ରେ ଆମକୁ ଦେଖା କରିବାକୁ ଆସନ୍ତି ଘର କୁ।ଆଉ ଗଲା ବେଳେ ମୋ ହାତରେ ମେଁଚେ ମେନ୍ଚେ ପଇସା ଗୁଞ୍ଜି ଦିଅନ୍ତି।ବାବା ଙ୍କ ସ୍ୱଳ୍ପ ରୋଜଗାର ହେତୁ ମୋ ପାଠ ପଢା ର ସମସ୍ତ ଦାୟିତ୍ବ ନେଇଥିଲେ କକା ଖୁଡି କିନ୍ତୁ ମମି ଙ୍କୁ ଲୁଚେଇ ଲୁଚେଇ।ଯେବେ ମୁଁ ପ୍ରଥମ ଥର ପାଇଁ ଚାକିରୀ କରିବାକୁ ବାହାରକୁ ଗଲି ଖୁଡି ମୋ ହାତରେ ଧରେଇ ଦେଇଥିଲେ ପ୍ରାୟ ଦଶହଜାର ଟଙ୍କା।ଚାକିରୀ ପାଇବା ପରେ ପ୍ରଥମ ଥର ଯେବେ ଖୁଡି ଘର କୁ ଆସିଲି ଫେରିଲା ବେଳେ ଖୁଡି ଗୁଞ୍ଜି ଦେଲେ ୫୦୦ଟଙ୍କିଆ କେତୋଟି ନୋଟ୍।ମୁଁ ସେତେବେଳେ ଏକ ମଲ୍ଟିନସନାଲ୍ କମ୍ପାନୀ ରେ ମ୍ୟାନେଜର।ମାସକୁ ମୋର ଦରମା ସେତେବେଳେ୧.୩ ଲକ୍ଷ।ତେଣୁ ମୁଁ ଆଉ ଖୁଡି ଙ୍କୁ ଠାରୁ ଟଙ୍କା ନେଲିନି।
ତେଣୁ ଖୁଡି ମନ ଦୁଃଖ ରେ କହିଲେ ମିହିର ମୁଁ ଜାଣେ ତୁମେ ଏବେ ବହୁତ ଦରମା ପାଉଛ।କିନ୍ତୁ ଛୁଆ ଯେତେ ରୋଜଗାରିଆ ହେଲେ ବି ଯିବା ବେଳେ ବଡ଼ ମାନେ ଯାହା ଦିଅନ୍ତି ତାକୁ ଆଶିର୍ବାଦ ସ୍ୱରୂପ ଗ୍ରହଣ କରିବା ଉଚିତ୍।ତେଣୁ ମୁଁ ତା ପରଠାରୁ ତାଙ୍କ ଆଶିର୍ବାଦ ସ୍ୱରୂପ ଆଣେ ମାତ୍ର ଦଶ ଟଙ୍କା।ଏଇଟା ତୁମ ପାଇଁ ମାତ୍ର ସାମାନ୍ୟ କେଇଟି ଟଙ୍କା ହୋଇ ପାରେ କିନ୍ତୁ ମୋ ପାଇଁ ଏକ ମମତା ମୟୀ ମାଆ ର ସ୍ନେହ,ମମତା ଆଉ ଆଶୀର୍ବାଦ।
ହଠାତ୍ ଆରତୀ କାହାକୁ ଫୋନ କରି କହୁଥିଲା,"ମୋତେ ବି ସବୁବେଳେ ଏମିତି ଆଶିର୍ବାଦ କରୁଥିବେ"।ସେପଟୁ ଶୁଭୁଥିଲା ଖୁଡି ଙ୍କ ମିଠା ମିଠା ସ୍ୱର,"ଆମ ଆଶିର୍ବାଦ ପରା ସବୁବେଳେ ତୁମ ପାଇଁ ରହିଛି ଓ ରହିଥିବ ମଧ୍ୟ"।

ଲେଖିକା : ସୁନୀତା ପ୍ରଧାନ
(ଓଡ଼ିଶା ଅନ ୱେବ ପରିବାର ତରଫରୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ )

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।