ପ୍ରମୁଖ ଖବର
21 ବର୍ଷ ପରେ ମିଳିବ 68 ଲକ୍ଷ ଟଙ୍କା ! ଝିଅ ପାଇଁ ଜାଣନ୍ତୁ ସରକାରଙ୍କ ଏହି ସ୍କିମ୍ ବିଷୟରେ
sukanya-yojona

ଆପଣଙ୍କ ଘରେ 10 ବର୍ଷରୁ କମ୍ ବୟସର ଝିଅ ଅଛି କି ? ଝିଅର ଭବିଷ୍ୟତ ପାଇଁ ଚିନ୍ତିତ କି ? ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଷୟରେ ଥରେ ଜାଣିରଖନ୍ତୁ । ଯାହା ଆପଣଙ୍କର ଓ ଆପଣଙ୍କ ଝିଅର ଭବିଷ୍ୟତ ପାଇଁ ଚିନ୍ତା ଦୂର କରିବ । କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଛି । ସେଥିମଧ୍ୟରୁ ଗୋଟିଏ ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ଆପଣ ଟଙ୍କା ନିବେଶ କଲେ ଆପଣଙ୍କୁ ଅଧିକ ଟଙ୍କା ଫେରସ୍ତ ମିଳିବ । ତେବେ କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ କେବଳ 10 ବର୍ଷରୁ କମ୍ ଝିଅଙ୍କ ପାଇଁ । ଏହି ଯୋଜନା ଅନୁସାରେ ଆପଣ ଅତିକମରେ 250 ଟଙ୍କା ଓ ଅତିବେଶିରେ ଦେଢ ଲକ୍ଷ ଟଙ୍କାର ଏକ ଖାତା ଖୋଲିପାରିବେ । ଏହା ଆପଣଙ୍କୁ 21 ବର୍ଷ ପରେ 68 ଲକ୍ଷ ଟଙ୍କା ଫେରସ୍ତ ଦେବ ।

କେଉଁଠି ଖୋଲିବେ ଖାତା ?

ସୁକନ୍ୟା ସମୃଦ୍ଧି ଯୋଜନାରେ ସାମିଲ ହେବା ପାଇଁ ଆପଣ କୌଣସି ଡାକ ଘରେ କିମ୍ବା ବ୍ୟାଙ୍କ ସହ ଯୋଗାଯୋଗ କରି ପାରିବେ । ଅନେକ ଗୁଡିଏ ବେସରକାରୀ ବ୍ୟାଙ୍କରେ ଏହି ଯୋଜନାରେ ଖାତା ଖୋଲାଯାଇ ପାରିବ । ଗୋଟିଏ ଝିଅ ପାଇଁ କେବଳ ଗୋଟିଏ ହିଁ ଖାତା ଖୋଲାଯାଇ ପାରିବ । ଜଣେ ଅଭିଭାବକ କେବଳ 2ଟି ଝିଅ ପାଇଁ ଏହି ଯୋଜନାରେ ଖାତା ଖୋଲି ପାରିବେ । ଯଦି ଯାଆଁଳା ଝିଅ ଜନ୍ମ ନିଅନ୍ତି କିମ୍ବା ଏକା ସାଙ୍ଗରେ ତିନି ଜଣ ଝିଅ ଜନ୍ମ ହୁଅନ୍ତି ତାହାଲେ ତୃତୀୟ ଝିଅ ପାଇଁ ମଧ୍ୟ ଏହି ଯୋଜନାର ଫାଇଦା ନେଇ ପାରିବେ । ସୁକନ୍ୟା ସମୃଦ୍ଧି ଯୋଜନାରେ ଏବେ 7.67 %ର ସୁଧ ମିଳୁଛି । ଝିଅ 10 ବର୍ଷରୁ କମ୍ ବୟସର ହୋଇଥିବା ସମୟରେ ଏହି ଖାତା ଖୋଲିବେ । ପରେ 14 ବର୍ଷ ଯାଏଁ ଖାତାରେ ଟଙ୍କା ଜମା କରିବେ । 21 ବର୍ଷ ପରେ ଏହି ଆପଣ କରିଥିବା ସ୍କିମ୍ ମ୍ୟାଚ୍ୟୁଏର୍ ହୋଇଯିବ ।

Image result for sukanya samriddhi yojana logo

ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଅଭିଭାବକମାନେ ଆବେଦନ ଫର୍ମ ସହ ଡାକଘରେ କିମ୍ବା ବ୍ୟାଙ୍କରେ ଝିଅର ଜନ୍ମ ପଞ୍ଜିକରଣ ସାର୍ଟିଫିକେଟ୍ ଜମା କରିବା ଆବଶ୍ୟକ । ଏହାବାଦ୍ ଝିଅର ଓ ପିତା-ମାତାଙ୍କର ପରିଚୟପତ୍ର ଯଥା ପ୍ୟାନ କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ପାର୍ସପୋର୍ଟ ଏବଂ ସ୍ଥାନୀୟ ଠିକଣା ଦେବାକୁ ପଡିବ । ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିବା ଦ୍ୱାରା ଆୟକର ଅଧିନିୟମ ଧାରା 80ସି ଅନୁସାରେ ଟ୍ୟାକ୍ସରେ ମଧ୍ୟ ଛାଡ ମିଳିଥାଏ । ଝିଅ ବଡ ହେବା ପରେ ଏହି ଟଙ୍କା ଶିକ୍ଷା, ବାହାଘର ଆଦିରେ ସହଯୋଗ ମିଳିପାରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଟଙ୍କା 21 ବର୍ଷ ପରେ ମିଳିବ ସେଥିରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ସେହପିରି 18 ବର୍ଷ ପରେ ଯଦି ଝିଅର ପାଠ ପଢା କିମ୍ବା ଅନ୍ୟାନ ଆବଶ୍ୟକତା ଅନୁସାରେ ଟଙ୍କା ଦରକାର ପଡେ ତେବେ ଜମା କରିଥିବା ଟଙ୍କାରୁ 50 ଶତକଡା ପର୍ଯ୍ୟନ୍ତ ଉଠାଇ ପାରିବେ । ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ରସରକାରଙ୍କ ପକ୍ଷରୁ 2015ରେ ଆରମ୍ଭ କରାଯାଇଥିଲା ।

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।