ପ୍ରମୁଖ ଖବର
ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ
serum-institue-fire-incident-odishaonweb

ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ସେରମ ଇନଷ୍ଟିଚ୍ୟୁଟରେ ତିଆରି ହେଉଛି କରୋନା ଟିକା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା । ଦମକଳ ବାହିନୀର ୮ଟି ଗାଡି ନିଆଁ ଲିଭାରେ ନିୟୋଜିତ ।
ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗିନାହିଁ ।

କିଛି ଦିନ ତଳେ ଏହି ସେରମ୍ ଇନଷ୍ଟିଚ୍ୟୁଟର କୋଭିଡ୍ ଟିକା କୋଭିସିଲ୍ଡ ସାରା ଦେଶକୁ ପଠାଯାଇଥିଲା। ଏହାପରେ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଟିକାକୁ କୌଣସି ପ୍ରକାର କ୍ଷତି ହୋଇନଥିବା ଖବର ମିଳୁଛି।