ପ୍ରମୁଖ ଖବର
ପ୍ରସ୍ତୁତ କରନ୍ତୁ ସାଗୁଦାନା କଟ୍‌ଲେଟ୍‌
sabudana-cutlet

ଆବଶ୍ୟକ ସାମଗ୍ରୀ-

ସାଗୁଦାନା, ଆଳୁ, ଅଦା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଚିନାବାଦାମ୍‌, ଲେମ୍ବୁ ରସ, ଜିରା, ଲୁଣ, ତେଲ, ଧନିଆ ପତ୍ର, ଚିନି, ବେକିଂ ସୋଡା ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ସାଗୁଦାନାକୁ ୭ ରୁ ୮ ଘଂଟା ଯାଏଁ ପାଣିରେ ଭିଜାଇ ରଖିବେ । ତାପରେ ପାଣିରୁ ଛାଣି ଆଉ ଏକ ପାତ୍ରରେ ରଖିବେ । ଏହାପରେ କଂଚା ଆଳୁର ଚୋପା ଛଡେଇ ଗ୍ରେଡ୍ କରି ରଖିବେ । ତାପରେ ଅଦା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ରକୁ କାଟି ରଖିବେ । ଏହାପରେ ଚିନାବାଦାମର ଚୋପା ଛଡେଇ ହାଲ୍‌କା ଫ୍ରାଏ କରି ଗ୍ରାଇଣ୍ଡିଂ କରି ରଖିବେ । ଏହାପରେ ଆଉ ଏକ ବଡ ପାତ୍ରରେ ପାଣିରେ ଭିଜାଇ ରଖିଥିବା ସାଗୁଦାନା,ଗ୍ରେଡ୍ କରି ରଖିଥିବା ଆଳୁ, ଗ୍ରାଇଣ୍ଡିଂ କରିଥିବା ଚିନାବାଦାମ୍ ,ଲେମ୍ବୁ ରସ, କଟା ଅଦା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଗୋଟା ଜିରା ଏବଂ ଲୁଣ ପକାଇ ଭଲଭାବେ ଚକଟିବେ । ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ମିକ୍ସ କରିବେ । ତାପରେ ଅଳ୍ପ ଚିନି,ବେକିଂ ସୋଡା ପକାଇ ଭଲଭାବେ ଗୋଳାଇବେ । ଏହାପରେ ହାତରେ ଏହି ଚକଟାକୁ ନେଇ ଛୋଟ ଛୋଟ କଟ୍‌ଲେଟ୍‌ ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା କଟ୍‌ଲେଟ୍‌ ପକାଇ ଫ୍ରାଏ କରିବେ । ଦେଖିବେ ଗୋଲ୍ଡେନ୍ କଲର ହେବାପରେ ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ସାଗୁଦାନା କଟ୍‌ଲେଟ୍‌ । ଏବେ ଗରମ ଗରମ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇପାରିବେ ।

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।