ପ୍ରମୁଖ ଖବର
୧୦ମ ପାସ୍ ଙ୍କ ପାଇଁ ଖୁସି ଖବର, RBI କାଢିଲ ନିଯୁକ୍ତି
RBI-Grade-Security-Guard-Job-Vacancy-Odishaonweb

ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ(RBI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ସ୍ବପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଆରବିଆଇ ପକ୍ଷରୁ ସିକ୍ଯୁରିଟ ଗାର୍ଡ ପଦବୀ ଖାଲି ପଡିଛି। ଏଠାରେ ପଦବୀରେ ଆବେଦନ କରିବା ପାଇଁ ଅଧିକ ବିବରଣୀ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟ www.rbi.org.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ନିଯୁକ୍ତି ଦେଶର ୧୮ଟି ସହର ପାଇଁ ବାହାରିଛି।

ପଦବୀ ସଂଖ୍ୟା: ୨୪୧

ଏସସି: ୩୨
ଏସଟି: ୩୩
ଓବିସି: ୪୫
EWC : ୧୮
ଅଣସଂରକ୍ଷିତ: ୧୧୩

ଆବେଦନ ଆରମ୍ଭ ଆଉ ଶେଷ ତାରିଖ: ୨୨ ଜାନୁଆରୀରୁ ଆବେଦନ କରିବାର ତାରିଖ ଆରମ୍ଭ ହେଉଥିବା ବେଳେ ଶେଷ କରିବାର ତାରିଖ ୧୨ ଫେବ୍ରୁଆରୀ ରହିଛି। ଅନଲାଇନ ଶୁଳ୍କ ପେମେଣ୍ଟ କରିବାର ତାରିଖ ୧୨ ଫେବ୍ରୁଆରୀ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆରବିଆଇ ସିକ୍ଯୁରିଟି ଗାର୍ଡ ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥା କିମ୍ବା ୧୦ମ ଶ୍ରେଣୀ ପାସ୍ କରିଥିବା ଆବଶ୍ଯକ।