ପ୍ରମୁଖ ଖବର
ଚଳନ୍ତା ବସରେ ଲାଗିଲା ନିଆଁ
moving-bus-caught-fire

ରାସ୍ତାରେ ଯାଉଥିବା ବସରେ ଲାଗିଲା ନିଆଁ । ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଏଭଳି ଅଘଟଣ ଘଟିଛି । ଫଳରେ ଯାତ୍ରୀବାହୀ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଳମ୍ବିତ ରାତିରେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବା ଏକ ଘରୋଇ ବସରେ ନିଆଁ ଲାଗି ଯାଇଥିଲା।

ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ। ବସଟି ରାସ୍ତାରେ ଯାଉଥିବାବେଳେ ଲକ୍ଷ୍ମୀପୁର ନିକଟରେ ପୋଡ଼ା ପୋଡ଼ା ଗନ୍ଧ ବାହାରିଥିଲା। ତେବେ ଗାଡ଼ି ଚାଳକ ଧ୍ୟାନ ନ ଦେଉ ଗାଡ଼ି ଚଳାଇବାରୁ ପଛ ଟାୟାର ଫାଟି ଗାଡ଼ିଟି ଜଳିଯାଇଥିଲା।

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।