ପ୍ରମୁଖ ଖବର
ଘରେ ପ୍ରସ୍ତୁତ କରନ୍ତୁ ମଲାଇ ଚା
malai-tea

ଆବଶ୍ୟକ ସାମଗ୍ରୀ-

ଅଦା, ଲବଙ୍ଗ, ଗୁଜୁରାତି, ଚା’ପତି, କ୍ଷୀର,ଚିନି ,ଫ୍ରେଶ୍ କ୍ରୀମ୍ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଅଦା, ଲବଙ୍ଗ, ଗୁଜୁରାତିକୁ ଅଲଗା ଅଲଗା ଛେଚି ରଖିବେ । ଏହାପରେ ଏକ ସସ୍‌ପେନ୍ ଆଣି ସେଥିରେ ଛେଚା ହୋଇଥିବା ଅଦା, ଲବଙ୍ଗ, ଗୁଜୁରାତି ପକାଇ ଏହାକୁ ଗ୍ୟାସ୍‌ରେ ବସେଇ, ୧ ମିନିଟ ଯାଏଁ ମଧ୍ୟମ ଆଂଚରେ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ ଚା’ପତି ପକାଇ ୧ ରୁ ୨ ମିନିଟ ଯାଏଁ ଫୁଟିବାକୁ ଛାଡିବେ । ତାପରେ ଗ୍ୟାସ୍ ବନ୍ଦ କରି ଏହାକୁ ଏକ କପ୍‌ରେ ଛାଣି ରଖିବେ । ତାପରେ ଗ୍ୟାସ୍‌ରେ ଆଉ ଏକ ସସ୍‌ପେନ୍ ବସେଇ ସେଥିରେ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଫୁଟି ଆସିଲେ ସେଥିରେ ଚିନି ପକାଇ ମିକ୍ସ କରିବେ । କ୍ଷୀର ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରି ଏକ କପ୍‌କୁ ଢାଳିବେ । ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ନାଲି ଚା’ ଆବଶ୍ୟକ ପରିମାଣରେ ଢାଳି ମିକ୍ସ କରିବେ । ଏହାପରେ ତା ଉପରେ ଅଳ୍ପ ଫ୍ରେଶ୍ କ୍ରୀମ୍ ପକାଇବେ । ପ୍ରସ୍ତୁତ ହୋଇଗଲା ମଲାଇ ଚା’ । ଏବେ ଗରମ ଗରମ ମଲାଇ ଚା’ର ମଜା ନେଇ ପାରିବେ ।

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।