ପ୍ରମୁଖ ଖବର
ଉତ୍ତର ଭାରତକୁ ଥରାଇଲା ଭୂମିକମ୍ପ
earthquake-near-amritsar

ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ, ଜାମୁ କାଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ହୋଇଛିା

ଯାହାର କେନ୍ଦ୍ରସ୍ଥଳ ତାଜକିସ୍ତାନ ବୋଲି  ସୂଚନା ମିଳିଛି । ଏହି ଭୂମିକମ୍ପ ଫଳରେ ଦିଲ୍ଲୀ ଅଞ୍ଚଳରେ ଲୋକମାନେ ବେଶ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ଘର ଥରିବାରୁ ସେମାନେ ହଠାତ୍ ବାହାରକୁ ଚାଲିଆସିବା ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।