ପ୍ରମୁଖ ଖବର
କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର
crocodile-bhitarakanika-dodisha

ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି । କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା କୁମ୍ଭୀର ଗାଏବ ହୋଇଥିବାର ତଥ୍ୟ । ଚଳିତମାସ ୧୫ରୁ ୨୩ ତାରିଖ ଯାଏଁ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରେ ଏହା ଜଣାପଡ଼ିଛି । ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ନିଖୋଜ ଥିବା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି ।